ଏବେ ବିନା ମାସ୍କରେ ବୁଲିପାରିବେ ଆମେରିକାବାସୀ
ଆମେରିକା: ବିଶ୍ୱରେ କରୋନା ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆମେରିକାବାସୀଙ୍କ ପାଇଁ ଖୁସି ଖବର ଆସିଛି । ଆମେରିକାରେ ୩ କୋଟିରୁ ୩୬ ଲକ୍ଷ ୧୫ ହଜାର କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । CDC ପକ୍ଷରୁ କୁହାଯାଇଛି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ କରୋନା ସପ୍ଲିମେଣ୍ଟ ଖାଉଛନ୍ତି ଓ ୨ ଡୋଜ୍ ଟିକା ନେଇସାରିଛନ୍ତି ସେମାନେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯଦି ଆପଣମାନେ ପୂରା କରୋନା ଟିକା ନେଇ ସାରିଛନ୍ତି, ତା’ହେଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ।ସେମାନେ ବିନା ମାସ୍କରେ ଏବେ ସର୍ବସାଧରଣରେ ବୁଲିପାରିବେ । ମାତ୍ର ସେ କହିଛନ୍ତି ଯେ, ଆମର କଟକଣା ଓ ପରିଶ୍ରମ ପାଇଁ ଏସବୁ ସମ୍ଭବ ହୋଇପାରିଛି । ସମସ୍ତେ ଟିକା ନିଅନ୍ତୁ ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତି ।ତେବେ ଏବେ ବି ଆମେରିକାରେ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି ।