Odia News Portal

ବାଇକରୁ ଜବତ ହେଲା ଗଞ୍ଜେଇ

ଟିଟିଲାଗଡ଼: ବାଇକରୁ ଜବତ ହୋଇଛି ଗଞ୍ଜେଇ । ଲକ ଡାଉନରେ ମାତିଛନ୍ତି ନିଶା ବେପାରୀ । ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମ ନିକଟରେ ଜାତୀୟ ରାଜପଥ ୫୯ରେ ଆଜି ସକାଳୁ ଦୁର୍ଘଟଣା ଗ୍ରସ୍ତ ଏକ ବାଇକରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି। ସ୍ଥାନୀୟଲୋକେ ଜଣକୁ ଧରି ପୁଲିସରେ ଜିମା ଦେଇଛନ୍ତି । ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାସ୍ଥଳକୁ ଟିଟିଲାଗଡ଼ ଥାନା ଏସ ଆଇ ସାବିତ୍ରୀ ଖାକା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାସ୍ତାରେ ପଡ଼ିଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ବାଇକଟି ଏକ ମେଣ୍ଢା ଏବଂ ସାଇକେଲ ଉପରେ ଚଢିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।