Odia News Portal

ପାଭିଲିୟନ ଫେରିଲେ ବିରାଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ଲାଗିଛି ଚତୁର୍ଥ ଝଟକା । ବିରାଟ କୋହଲି ଆଉଟ୍ ହୋଇ ପାଭିଲିୟନକୁ ଫେରିଛନ୍ତି । ଜେମିନସନ ତାଙ୍କୁ ଏଲବିଡ୍ଲ୍ୟୁ କରି ପାଭିଲିୟନ ପଠାଇଛନ୍ତି । ମାତ୍ର ୧୪୯ ରନରେ ଭାରତରୁ ଚତୁର୍ଥ ୱିକେଟର ପତନ ଘଟିଛି । ଉପଅଧିନାୟକ ରାହାଣେ ଓ ଋଷଭ ପନ୍ଥ ବ୍ୟାଟିଂ ଜାରି ରଖିଛନ୍ତି । ତୃତୀୟ ଦିନର ପ୍ରଥମ ସେସନରୁ ଭାରତକୁ ଲାଗିଛି ବଡ଼ ଝଟକା । କୋହଲି ବଡ଼ ସ୍କୋର କରିବେ ବୋଲି ମସ୍ତଙ୍କ ଆଶା ଥିଲା । ତେବେ ସେ ପ୍ରଂଶସକମାନଙ୍କୁ ନିରାଶ କରି ଦେଇଛନ୍ତି ।