ନୂଆଦିଲ୍ଲୀ: ମଙ୍ଗଳବାର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ କଂଗ୍ରେସ ଆଗୁଆ ଚାଲିଥିବାବେଳେ ନିର୍ବାଚନ ପରବର୍ତ୍ତୀ ସମସ୍ତ ଆକଳନ ଭୁଲ୍ ହୋଇଛି। ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୦୦ଥିବାବେଳେ ମଧ୍ୟପ୍ରଦେଶରେ ୧୧୬, ଛତିଶଗଡ଼ରେ ୪୬, ତେଲେଙ୍ଗାନାରେ ୬୦ ଏବଂ ମିଜୋରାମ୍ରେ ୨୧ ରହିଛି। କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମ୍ୟାଜିକ୍ ନମ୍ବରର ନିକଟବର୍ତ୍ତୀ ହେବାରେ ଲାଗିଛି।