Odia News Portal

ଘାଟି ତଳକୁ ଖସି ପଡ଼ିଲା ଟ୍ରକ, ୨ମୃତ

ମୟୂରଭଞ୍ଜ: ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ୍। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବାବେଳେ ଘାଟିରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ, ଉଭୟ ପିଆଜ ବୋଜେଇ ଟ୍ରକର ଡ୍ରାଇଭର ଓ ହେଲପର ବୋଲି ଅନୁମାନ କରାଯାଉଛି। ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି।