Odia News Portal

ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା

ନୂଆଦିଲ୍ଲୀ: ଡରାଉଛି ତୃତୀୟ ଲହରର ଆଶଙ୍କା । ପୁଣି ଦେଶରେ ବଢୁଛି କରୋନା ସଂକ୍ରମଣର ଗ୍ରାଫ । ଏବେ ଦୈନିକ ସଂକ୍ରମଣହାର ୪୫ ହଜାରରୁ ଅଧିକ ଚିହ୍ନଟ ହେଉଛନ୍ତି । କରୋନା କଟକଣା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ତେବେ ଆସନ୍ତା ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ଆନ୍ତଜାର୍ତିୀୟ ବିମାନ ଉଡାଣ ଉପରେ କଟକଣା ବୃଦ୍ଧି କରାଯାଇଛି ।

ଭାରତକୁ ଓ ଭାରତ ବାହାରକୁ କମର୍ସିଆଲ ଉଡାଣ ଉପରେ ରୋକ ଲଗାଯାଇଛି । ତେବେ ଆନ୍ତର୍ଜାତୀୟ କାର୍ଗୋ ବିମାନ ଉଡାଣ ଝପରେ କୈାଣସି ପ୍ରତିବନ୍ଧକ ନାହିଁ । ଜରୁରୀ ପରିସ୍ଥିତିରେ ଆନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ଅନୁମତି ମିଳିବ ବୋଲି ଆଜି କେନ୍ଦ୍ର ସରକାରଙ୍କ ଫକ୍ଷରୁ ସୂଚନା ମିଳିଛି ।

ଗତବର୍ଷ ମାର୍ଚ୍ଚ ୨୦୨୦ ରେ ପୂରା ଦେଶରେ ୨୧ ଦିନିଆ ଲକଡାଉନ ଜାରି ରହିଥିବାବେଳେ ସେହି ସମୟରେ ଟ୍ରେନ , ବିମାନ ଉଡାଣ ସମେତ ସମସ୍ତ ସର୍ଭିସକୁ ୨ମାସ ପର୍ୟ୍ୟନ୍ତ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ସାରା ଦେଶରେ ତୃତୀୟ ଲହର ଭୟରେ ପୁଣି ଥରେ କଟକଣା ଅବଧିକୁ ବୃଦ୍ଧି କରାଯାଇଛି ।