Odia News Portal

କାହିଁକି ପୁରୁଷମାନେ ମହିଳାଙ୍କୁ ଚାହିଁଥାନ୍ତି ? କାରଣ ଜାଣନ୍ତୁ

ମହିଳାମାନେ ନିଜ ହିସାବରେ ପୁରୁଷ ମାନଙ୍କୁ ଆକର୍ଷିତ କରିନିଅନ୍ତି । ବେଳେ ବେଳେ ବିନା କୌଣସି କାରଣରେ ମଧ୍ୟ ମହିଳାମାନଙ୍କର ଯାଦୁ ପୁରୁଷମାନଙ୍କ ଉପରେ ଚାଲିଯାଇଥାଏ । ପୁରୁଷମାନଙ୍କୁ ମହିଳାମାନଙ୍କର କିଛି ନା କିଛି ଆକର୍ଷିତ କରିଥାଏ । କଣ ଆପଣ କେବେ ଚିନ୍ତା କରିଛନ୍ତି ପ୍ରାୟତଃ ପୁରୁଷମାନେ କାହିଁକି ପଛକୁ ବୁଲିକି ମହିଳାମାନଙ୍କୁ ୨ ସେକେଣ୍ଡ ପାଇଁ ଅନେଇଥାନ୍ତି? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କର ବହୁତ ଇଚ୍ଛା ଥିବ ନିଶ୍ଚିତ । ତ ଚାଲନ୍ତୁ ଜାଣିବା ଏମିତି କେଉଁ ଜିନିଷ ପାଇଁ ପୁରୁଷମାନେ ମହିଳାମାନଙ୍କଠାରେ ବେଶି ଆକର୍ଷିତ ହୋଇଥାନ୍ତି?
ଆତ୍ମବିଶ୍ବାସ
ମହିଳା ମାନଙ୍କର ଆତ୍ମବିଶ୍ବାସ ପୁରୁଷ ମାନଙ୍କୁ ବେଶ ପ୍ରଭାବିତ କରିଥାଏ । ଯେଉଁ ଆତ୍ମବିଶ୍ବାସ ଦ୍ବାରା ମହିଳାମାନଙ୍କର କଥା କହିବା ଶୈଳୀ ଏବଂ ବ୍ୟକ୍ତିତ୍ବ ଜଣାପଡିଥାଏ । ଆତ୍ମବିଶ୍ବାସ ଥିବା ମହିଳାଙ୍କ ଉପରେ ପୁରୁଷମାନଙ୍କର ବେଶି ଧ୍ୟାନ କେନ୍ଦ୍ରୀଭୂତ ହୋଇଥାଏ ।
ଶାନ୍ତ ସ୍ବଭାବ
ପୁରୁଷମାନଙ୍କୁ ଡ୍ରାମା କରୁଥିବା ମହିଳା ବିଲକୁଲ ପସନ୍ଦ ଆସିନଥାନ୍ତି । ସେମାନଙ୍କୁ ଏମିତି ମହିଳା ପସନ୍ଦ ଆସନ୍ତି ଯିଏ ସ୍ବଭାବରେ ଶାନ୍ତ ହୋଇଥାନ୍ତି ।
ବୁଦ୍ଧିମାନ
ବିନା ବୁଦ୍ଧି ଥିବା ମହିଳାମାନଙ୍କୁ ପୁରୁଷମାନେ ଆଦୌ ପସନ୍ଦ କରନ୍ତି ନାହିଁ । ଯେଉଁ ମହିଳା ନିଜର ମନ କଥା ବହୁତ ଚତୁରତା ଏବଂ ବୁଦ୍ଧିମାନ ସହିତ ଲୋକମାନଙ୍କ ସାମ୍ନାରେ ରଖିଥାନ୍ତି ସେହିଭଳି ମହିଳାମାନଙ୍କୁ ପୁରୁଷମାନେ ବହୁତ ପସନ୍ଦ କରିଥାନ୍ତି ।
ଲମ୍ବା ଗୋଡ
ପୁରୁଷମାନଙ୍କୁ ଲମ୍ବା ଗୋଡଥିବା ମହିଳା ବେଶ ପସନ୍ଦ ଆସିଥାନ୍ତି । ଶାରୀରିକ ଗଠନରେ ଥିବା ଏହି ଗୁଣ ପୁରୁଷ ମାନଙ୍କୁ ବହୁତ ଭଲ ଲାଗିଥାଏ ।
ନୀଳ ଆଖି
ବହୁତ କମ୍ ମହିଳାଙ୍କର ନୀଳ ଆଖି ଥାଏ । ଯଦି କୌଣସି ମହିଳାଙ୍କର ଆଖି ନୀଳ ହୋଇଥାଏ ତେବେ ପୁରୁଷମାନେ ତାଙ୍କପ୍ରତି ବହୁତ ଆକର୍ଷିତ ହୋଇଥାନ୍ତି ।
କେଶ
ପୁରୁଷମାନଙ୍କର ପ୍ରଥମ ନଜର ମହିଳାଙ୍କର କେଶ ଉପରେ ପଡିଥାଏ । ପୁରୁଷ ମାନଙ୍କ ମୁତାବକ ମହିଳା ମାନଙ୍କର କେଶ ହେଉଛି ସେମାନଙ୍କର ସୌନ୍ଦର୍ୟ୍ୟ । କେଶ ମହିଳାମାନଙ୍କୁ ଅଧିକ ସୁନ୍ଦର କରିଥାଏ । କୌଣସି ପୁରୁଷଙ୍କୁ ଆକର୍ଷିତ କରିବା ପାଇଁ ମହିଳାମାନଙ୍କର କେଶ ବହୁତ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
ମ୍ୟାଚ୍ୟୁର ଦେଖାଯିବା
ଏହି କଥାରେ ଆପଣଙ୍କର ଭରଷା ନଥାଇ ପାରେ କିନ୍ତୁ ପୁରୁଷମାନଙ୍କୁ ସେହି ମହିଳା ବେଶି ଭଲ ଲାଗିଥାନ୍ତି ଯେଉଁମାନେ ନିଜ ବୟସ ଠାରୁ ବେଶି ମ୍ୟାଚ୍ୟୁର ଦେଖାଯାଇଥାନ୍ତି । ସେହି ମହିଳାମାନଙ୍କୁ ପୁରୁଷ ମାନେ ବେଶି ପସନ୍ଦ କରିଥାନ୍ତି ।
ଶାରୀରିକ ଗଠନ
ମହିଳାମାନଙ୍କ ଶରୀରିକ ଗଠନ ମଧ୍ୟ ପୁରୁଷମାନଙ୍କୁ ବେଶ ଆକର୍ଷିତ କରିଥାଏ । ଯେଉଁ ମହିଳା ନିଜ ଶରୀର ଗଠନ ପାଇଁ ଧ୍ୟାନ ଦେଇଥାନ୍ତି ପୁରୁଷମାନଙ୍କୁ ସେହି ମହିଳାମାନେ ପସନ୍ଦ ଆସିଥାନ୍ତି ।
ପୋଷାକ
ଟ୍ରେଣ୍ଡ ଅନୁସାରେ ସର୍ବଦା ଅପଡେଟ୍ ରହୁଥିବା ମହିଳା ମାନେ ବେଶ ଆକର୍ଷିତ ହୋଇଥାନ୍ତି । କେହି ମହିଳା କେତେ ଆକର୍ଷଣ. ତାହା ସେମାନଙ୍କର ଡ୍ରେସିଙ୍ଗ ସେନ୍ସ ଉପରେ ନିର୍ଭର କରିଥାଏ । ଠିକ୍ ମୌକାରେ ମହିଳାମାନେ ଠିକ୍ ପୋଷାକ ପରିଧାନ କରି କୌଣସି ବି ପୁରୁଷଙ୍କୁ ଆକର୍ଷିତ କରିପାରିବେ ।
ମହିଳା ମାନଙ୍କ ବିଷୟରେ ଏମିତି ବହୁତ କିଛି କଥା ଅଛି ଯାହା ପୁରୁଷମାନଙ୍କୁ ଆକର୍ଷିତ କରିଥାଏ । ଏହି କଥା ଦ୍ବାରା ଆପଣ କୌଣସି ବି ପୁରୁଷଙ୍କୁ ଆକର୍ଷିତ କରିପାରିବେ ।