Odia News Portal

ନଦୀରେ ଭାସିଗଲେ ବୃଦ୍ଧ

ଖୋର୍ଦ୍ଧା: ରାଜଧାନୀରେ ଡ୍ରେନରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଖବର ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଢଷ୍ଟି କରିଥିବାବେଳେ ପୁଣି ଏକ ଦୁଃଖଦ ଖବର ନଜରକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ଜଣେ ବୟସ୍କ ବ୍ୟକ୍ତି ଶୌଚ ପାଇଁ ନଈକୁ ଯାଇଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି।

ସୂଚନା ମୁତାବକ ଆଜି ସକାଳେ ବାଣପୁର ବ୍ଲକ୍ ତୁମୁରପୁଟ ପଞ୍ଚାୟତ ମାଣିକପୁର ଗ୍ରାମର ଚରଣ ବେହେରା (୬୦) ଶୌଚ ନିମନ୍ତେ ଗାଁ ନିକଟରେ ଥିବା ଶାଳିଆ ନଈର ଜାମୁଆ ତୁଠକୁ ଯାଇଥିଲେ । ଶୌଚ ସମୟରେ ଅଚାନକ ଜଳର ପ୍ରଖର ସ୍ରୋତ ତାଙ୍କୁ ଭସେଇ ନେଇଗଲା ନଈ ।ସ୍ଥାନୀୟ ଲୋକେ ଏନେଇ ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କୁ ଖବର ଦେଇଥିଲେ। ସମୟ ଅତିବାହିତ ନକରି ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।