Odia News Portal

ଗୋପାଳପୁରରେ ଅଶାନ୍ତ ହେଉଛି ସମୁଦ୍ର

ବ୍ରହ୍ମପୁର: ବାତ୍ୟା ପୂର୍ବରୁ ଅଶାନ୍ତ ହେଲାଣି ସମୁଦ୍ର । ଗୋପାଳପୁରଠାରୁ ଆଉ ମାତ୍ର ୫୯ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ । ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନ ସମେତ ଗଂଜାମ ଜିଲ୍ଲା ଗୋପାଳପୁରରେ ମଧ୍ୟ ଆଜି ସକାଳ ଠାରୁ ଝିପିଝିପି ବର୍ଷା ଲାଗି ରହିଛି । ବାତ୍ୟା ପ୍ରଭାବରେ ଗୋପାଳପୁର ସମୁଦ୍ର ଅଶାନ୍ତ ରହିଛି ଜ୍ଝ ତେଣୁ ବାତ୍ୟା ସ୍ଥଳଭାଗ ପହଂଚିବା ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ଗୋପାଳପୁର ବେଳାଭୂମିକୁ ପହଂଚି ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଜ୍ଝ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ତାଜା ରିପୋର୍ଟ ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୦୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତି କରୁଛି। ପ୍ରଶାସିନିକ ଅଧିକାରୀମାନେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତିି । କନିଷି ତହସିଲଦାର ତାପସ ରାଉତ, ସ୍ଥାନୀୟ ଲୋକଙ୍କୁ ବେଳାଭୂମି ନଯିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପଟରେ ପ୍ରଶାସନ ବେଳାଭୂମିକୁ ୨୬ ଓ ୨୭ ତାରିଖ ସାଧାରଣ ଲୋକଙ୍କ ପାଇଁ ବାରଣ କରିଛି। ସେହିପରି ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଥିବାରୁ ମତ୍ସଜୀବୀମାନଙ୍କୁ ମଧ୍ୟ ବାରଣ କରାଯାଇଛି ।