Odia News Portal

କ୍ୟାନ୍ସଠୁ ବି ମୁକ୍ତି କରାଏ କାଙ୍କଡ,ଜାଣନ୍ତୁ…

କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଏହି ପରିବାରେ ରହିଥିବା ପୋଷକ ତତ୍ତ୍ବ, ଆଣ୍ଟି ଆଲର୍ଜି ଏବଂ ଏନଲୋଜିସିକ ଗୁଣ ଶରୀରକୁ ଥଣ୍ଡା କାଶରୁ ରକ୍ଷା କରିବା ସହ ମୋଟାପଣକୁ ମଧ୍ୟ ଦୂର କରିଥାଏ। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କିନ୍ତୁ ଏହାର ସେବନ କ୍ୟାନ୍ସର ଏବଂ ମଧୁମେହକୁ ମଧ୍ୟ ଦୂର କରିବାରେ ସହାୟକ ହୁଏ। ଆସନ୍ତୁ ଜାଣିବା କାଙ୍କଡ଼ ଖାଇବାର ଅନେକ ଫାଇଦା ବିଷୟରେ।
-କାଙ୍କଡ଼ ଖାଇବା ଦ୍ବାରା ବ୍ଲଡ଼ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ। ଏପରିକି ଯେଉଁ ବ୍ୟକ୍ତିଙ୍କର ଅତ୍ୟଧିକ ମଧୁମେହର ସମସ୍ୟା ରହିଛି ସେମାନଙ୍କୁ ଦୈନିକ କାଙ୍କଡ଼ର ଜୁସ ପିଇବା ଉଚିତ୍।
-କାଙ୍କଡ଼ରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ। ଏହା ଉଚ୍ଚରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବହୁ ଲାଭକାରର ସାବ୍ୟସ୍ତ ହୋଇଥାଏ। ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରେ ମଧ୍ୟ ମିଳିଥାଏ। କିନ୍ତୁ ଯେହେତୁ କଲରା ପିତା ଲାଗିଥାଏ ଏଣୁ ତାହା ତୁଳନାରେ କାଙ୍କଡ଼ ଖାଇବା ବହୁତ ସ୍ବାଦିଷ୍ଟ ଏବଂ ଲାଭକାରୀ ହୋଇଥାଏ।
-ଏଥିରେ ରହିଥିବା ମିନେରାଲ୍ସ, ଭିଟାମିନ୍ ଏବଂପ୍ରୋଟିନ୍ ଶରୀରରେ ଉର୍ଜ୍ବା ଜାଗ୍ରତ କରିବା ସହ ଦିନଯାକ ଏନରଜେଟିକ୍ ରଖିଥାଏ। ଏଥିସହ କାଙ୍କଡ଼ରେ ଥିବା କେରେଟିନାଇଡ଼ର ମାତ୍ରା ଆଖି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ।
-ଡାଇଡ଼୍ରି ଫାଇଭର ମାତ୍ରାରେ ଭରପୁର ଏହି ପରିବା ପାଚନକ୍ରିୟାକୁ ସକ୍ରିୟ କରିବା ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ। ଏଥିସହ ଏହା ଶରୀରକୁ ଡ଼ିଟକ୍ସ କରିବା ସହ ମୋଟପଣ କମାଇବାରେ ବହୁତ ସହାୟକ ହୋଇଥାଏ। ଏଣୁ ଡ଼ାଏଟ କରୁଥିବା ବ୍ୟକ୍ତି ନିଜ ଖାଇବାରେ ଏହାକୁ ନିଶ୍ଚିତ ଭାବେ ସାମିଲ କରିବା ଉଚିତ୍।
-ଏକ ରିସର୍ଚ୍ଚରେ ଜଣାପଡ଼ିଛି କାଙ୍କଡ଼ ଖାଇବା ଦ୍ବାରା କ୍ୟାନ୍ସର ରୋଗ ଦୂର ହୋଇଥାଏ। ଏଥିରେ ରହିଥିବା ଲ୍ୟୁଟେନ୍ ଏବଂ କେରେଟେନାଇଡ୍ସ କ୍ୟାନ୍ସର ହେବାର ମାତ୍ରାକୁ କମ କରିଥାଏ। ଏଣୁ ନିଜ ଖାଦ୍ୟାରେ କାଙ୍କଡ଼କୁ ସାମିଲ କରିବାକୁ ଆଦୌ ଭୁଲନ୍ତୁ ନାହିଁ।