Odia News Portal

ଆଜି ଚେନ୍ନାଇକୁ ଭେଟିବ ପଞ୍ଜାବ

ଦୁବାଇ: ଆଜି ଆଇପିଏଲ ମଇଦାନରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ । ନିଜର ଶେଷ ଲିଗ୍ ମ୍ୟାଚ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଦଳ । ସୁପରକିଙ୍ଗ୍ସ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ପ୍ଲେ-ଅଫ୍ ଦୌଡ଼ରେ ପ୍ରବେଶ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନିକଟରେ ଏହା ଏକମାତ୍ର ସୁଯୋଗ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍ରୁ ସୁପରକିଙ୍ଗ୍ସ ୪ଟି ମ୍ୟାଚ୍ ଜିତିଛି । ଆଜି ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ଦଳର ପଲା ଭାରି ରହିବ । ଯୁବ ଓ ଭେଟେରାନ ଖେଳାଳିଙ୍କୁ ନେଇ ସୁପରକିଙ୍ଗ୍ସ ତତ୍ପର ରହିଛି । ଓପନର ଋତୁରାଜ ଗାଏକୱାଡ୍ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଫାଫ ଡୁ ପ୍ଲେସି, ଅମ୍ବାତି ରାୟୁଡୁ, ଡ୍ୱେନ ବ୍ରାଭୋ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରୁଛନ୍ତି । ପଞ୍ଜାବ କିଙ୍ଗ୍ସ ନିକଟରେ ଏକାଧିକ ଷ୍ଟାର୍ ଖେଳାଳି ରହିଛନ୍ତି । ସୁପରକିଙ୍ଗ୍ସକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ମହମ୍ମଦ ସାମି ଓ ରବି ବିଷ୍ଣୋଇଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ତେଣୁ ଆଜିର ମୁକାବଲାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।