Odia News Portal

ମ୍ବଲପୁରକୁ ମିଳିବ ମାଗଣା ଇଣ୍ଟରନେଟ ସୁବିଧା

ସମ୍ବଲପୁର ସହର ହେବ ୱାଇ-ଫାଇ । ମଣ୍ଡେଲା ଛକଠାରୁ ଆରମ୍ଭ କରି ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ ସମ୍ବଲପୁର ରିଙ୍ଗ ରୋଡରେ ପ୍ରଥମେ ଏହି ୱାଇ-ଫାଇ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରବର୍ତୀ ଅବସ୍ଥାରେ ଅନ୍ୟାନ୍ୟ ଅଂଚଳକୁ ୱାଇ-ଫାଇ ସଂଯୋଗ କରାଯିବ । ଜିଲ୍ଲା ପ୍ରଶାସନର ଏହି ନିଷ୍ପତିରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଏହି ୱାଇ-ଫାଇ ବ୍ୟବସ୍ଥା ଫଳରେ ରିଙ୍ଗ ରୋଡରେ ପର୍ଯ୍ୟଟକ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ବିଶେଷ ସୁଯୋଗ ପାଇବେ ।