Odia News Portal

ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୭୪କୁ ବୃଦ୍ଧି ପାଇଛି। ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ଜଣ ରହିଥିବା ବେଳେ ଭଦ୍ରକ, କଟକ, ଯାଜପୁର ଜିଲାରୁ ଜଣେ ଲେଖାଏ ରହିଛନ୍ତି ।