ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ କମଲନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ପୂର୍ବରୁ ବିଜେପି ସରକାରଙ୍କ ଅମଳରେ କାର୍ୟ୍ୟ କରୁଥିବା ୨୪ ଜଣ ଜିଲ୍ଲାପାଳଙ୍କୁ ରାତି ଅଧରେ କମଲନାଥ ଅନ୍ୟତ୍ର ବଦଳି କରିଛନ୍ତି। ସେହିପରି ଗୁରବାର ମଧ୍ୟରାତ୍ର ପୂର୍ବରୁ କମଲନାଥ ୪୮ ଜଣ ଆଇଏଏସ୍କୁ ବଦଳି କରିଛନ୍ତି। ଏଥସହ କିଛି ଅଫିସରଙ୍କ ଉପରେ ରହିଥିବା ଅତିରିକ୍ତ ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟାହାର କରି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କମଲନାଥ ଇଣ୍ଡିଆନ୍ ଅଡିଟ ଆଣ୍ଡ ଆକାଉଣ୍ଟ ସର୍ଭିସେସ୍ର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ଏସ୍ଓଡି ଏବଂ ମଧ୍ୟପ୍ରଦେଶର ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ଆଡିମିନ୍ଷ୍ଟ୍ରେଟିଭ୍ ପରାମର୍ଶଦାତା ଭାବେ ନିଯୁକ୍ତି ଦେବେ ବୋଲି ଜଣାପଡ଼ିଛି। ସେହିପରି ମିଡିଆ ପରାମର୍ଶଦାତା ଭାବେ କମଲନାଥ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ନିଯୁକ୍ତି ଦେଇପାରନ୍ତି।
ମୁଖ୍ୟମନ୍ତ୍ରୀ କେବଳ ଇନ୍ଦୋର, ଧର, ଉଜ୍ଜୈନ,ରତଲାମ ଓ କଟନୀ ଜିଲ୍ଲାର ଜିଲ୍ଲାପାଳ ବଦଳି ନାହାନ୍ତି। ତେବେ ଏଭଳି ରାତି ଅଧିଆ ବଦଳି ପଛରେ ରାଜନୀତିକ ଆକ୍ରୋଶ ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନାହିଁ।
Sign in
Sign in
Recover your password.
A password will be e-mailed to you.
