Odia News Portal

୭ ଦାଦନ ଶ୍ରମିକ ଉଦ୍ଧାର

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆଉ ୭ଜଣ ଦାଦନ ଶ୍ରମିକ। ଫଶି ରହିଥିବା ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ସୁନ୍ଦରଗଡ଼ ହେମଗିରି ବ୍ଲକ ଭୁର୍ତା ଅଂଚଳର। ୧୧ ଜଣ ଶ୍ରମିକ ଇଟାଭାଟିରେ କାମ କରିବାକୁ ଯାଇଥିଲେ ବିଜୟନଗରମ୍। ତେବେ ବକେୟା ପାଉଣା ମାଗିବାରୁ ୧୧ ଜଣ ଶ୍ରମିକଙ୍କୁ ଇଟାଭାଟି ମାଲିକ ନିର୍ୟାତନା ଦେଇଥିଲ। ଇଟାଭାଟି ମାଲିକ ଜଣଙ୍କ ଆଙ୍ଗୁଠି କାଟିବା ସହ ଜଣଙ୍କ ମୁହଁରେ ଏସିଡ୍ ମାଡ କରିଥିଲେ। ୧୧ ଜଣ ଶ୍ରମିକଙ୍କ ମଧ୍ୟରୁ ପୂର୍ବରୁ ୫ ଜଣ ଖସି ଆସିବାରେ ସକ୍ଷମ ହୋଇଥିଲେ।