Odia News Portal

ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା

ବିଶ୍ବବ୍ୟାପୀ କରୋନା ଭାଇରସ୍‌ ମହାମାରୀର ପ୍ରକୋପ କମିଛି। କିନ୍ତୁ ମହାମାରୀ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏବେ କରୋନା ମହାମାରୀକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏକ ନୂଆ ଚେତାବନୀ ଦେଇଛି। ସଂଗଠନ କହିଛି ଯେ, ୟୁରୋପର ୫୩ଟି ଦେଶରେ ଶୀତଋତୁ ପରେ ଆଗାମୀ ବସନ୍ତ ଋତୁ ଯାଏଁ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇପାରେ। 

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପର କାର୍ଯ୍ୟାଳୟ ଡେନମାର୍କର ରାଜଧାନୀ କୋପେନହେଗନରେ ଅବସ୍ଥିତ। ସଂକ୍ରମଣ କମିଥିବା ଏବଂ ଟିକାକରଣ ପରେ ମଧ୍ୟ ରୋଗ ହ୍ରାସ ପାଇ ନଥିବାରୁ ଚିନ୍ତପ୍ରକଟ କରିଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଅଧିକ ସମ୍ବେଦନଶୀଳ ଅଂଚଳରେ ଟିକାର ବୁଷ୍ଟର ଡୋଜ୍‌ ଦିଆଯିବା ଦରକାର।