Odia News Portal

ଭୁବନେଶ୍ୱର ଭରତପୁର ବସ୍ତିରୁ ଧଳା ଜହର ଜବତ

ରାଜଧାନୀରେ ବେଧଡକ୍ ଚାଲିଛି ନିଶା କାରବାର । ଗଞ୍ଜେଇ ଠାରୁ ନେଇ ବ୍ରାଉନସୁଗାର ପର୍ଯ୍ୟନ୍ତ ସୁବ ପ୍ରକାର ବେଆଇନ୍ ନିଶା ଦ୍ରବ୍ୟର ହବ୍ ପାଲଟିଛି ଭୁବନେଶ୍ୱର ।

ଏମିତି କି ଏବେ ଭୁବନେଶ୍ୱର ବସ୍ତି ଗୁଡିକ ନିଶା ଦ୍ରବ୍ୟ ଗୁଡିକର ମିନି ମାର୍କେଟ ପାଲଟିଛନ୍ତି । କାରଗିଲ ବସ୍ତି, ଭରତପୁର ବସ୍ତି ଠାରୁ ଆରମ୍ଭ କରି ସାଲିଆ ସାହି ବସ୍ତି ପର୍ଯ୍ୟନ୍ତ ସବୁଠି ଖୁଲମଖୁଲା ଚାଲିଛି ବ୍ରାଉନସୁଗାର ବେପାର ।

ତେବେ ଡ୍ରଗ୍ସ କାରବାରର ମୂଳ ଉତ୍ପାଟନ କରିବାକୁ କମିଶନରେଟ୍ ପୋଲିସ୍ ଆରମ୍ଭ କରିଥିଲା ଅପରେସନ୍ ହ୍ୱାଇଟ୍ ସ୍ପାଇଡର ଆଉ ଏବେ ଏହି ଅପରେସନ୍ କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ବସ୍ତିରେ ଆକ୍ଟିଭ ରହିଥିବା ଡ୍ରଗ୍ସ ମାଫିମା ମାନେ ।

ରାଜଧାନୀ ଉପକଣ୍ଠ ଭରତପୁର ବସ୍ତିରେ ଆଜି ଚଢାଉ ସମୟରେ ଜବତ୍ ହୋଇଛି ବିପୁଳ ପରିମାଣର ଧଳାଜହର । ଯାହାର ଆନୂମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏବଂ ଏମାନଙ୍କ ଚେର ପୁରା ରାଜ୍ୟରେ ଲମ୍ବିଥିବା ବେଳେ ଏମାନଙ୍କୁ ଧରିବା ପାଇଁ ଏକ ସେଣ୍ଟ୍ରାଲ ଟିମ୍ ଗଠନ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।