Odia News Portal

ଖବର କାଗଜରେ ଜିନିଷ ରଖି ଖାଉଛନ୍ତି କି ? ପଡିବେ…

ଆପଣ ସକାଳୁ ପ୍ରତିଦିନ ଚା’ର ଚୁସ୍କି ସହିତ ଦୁନିଆର ସମସ୍ତ ଖବରକୁ ଜାଣିବା ପାଇଁ ଆମେ ଖବର କାଗଜର ସାହାରା ନେଇଥାନ୍ତି। ଯାହା ଦ୍ବାରା ଆମେ କୋଣ ଅନୁକୋଣର ଖବର ଜାଣିଥାଉ କିନ୍ତୁ ଅନେକ ଥର ଆପଣ ଦେଖିଥିବେଯେ ଖବର କାଗଜକୁ ଘରୋଇ କାର୍ୟ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆପଣ ପୁରୁଣା ଖବର କାଗଜକୁ ରୋଟି ରଖିବା, କିଛି ଜିନିଷକୁ ଢ଼ାଙ୍କିବା କିମ୍ବା ବଜାରରୁ କିଛି ଜିନିଷ ଆଣିବା ସମୟରେ ପ୍ୟାକେଟ ଭାବରେ କରାଯାଇଥାଏ।
ଅଧିକାଂଶ ସମୟରେ ଏମିତି ହୋଇଥାଏଯେ ଖାଦ୍ୟ ପଦାର୍ଥକୁ ଆମେ ଖବର କାଗଜରେ ଗୋଡାଇ ଘରକୁ ଆଣିଥାଉ। କିନ୍ତୁ ଆପଣଙ୍କୁ ଜଣାନାହିଁଯେ ଖବର କାଗଜରେ ରଖାଯାଇଥିବା ସବୁ ଜିନିଷ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆପଣ ଭାବୁଥିବେ ଏମିତି କାହିଁକି ହୁଏ, ତେବେ ଆମେ ଆପଣଙ୍କୁ ଜଣାଇବୁ ଯେ ଏମିତି କାହିଁକି ହୋଇଥାଏ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଖବର କାଗଜର ଛପା ହିଁ ଏହାର ମୁଖ୍ୟ କାରଣ ଅଟେ। ଆପଣଙ୍କୁ ଜଣାଇବୁ ଯେ କେତେକ ଅନୁସନ୍ଧାନରୁ ଏହା ଜଣା ପଡିଛିଯେ ଖବର କାଗଜର ଛପାରେ ମୁଖ୍ୟତଃ ଡାଇ ଆଇସୋବ୍ୟୂଟାଇଲ ଫଟାଲେଟ ଏବଂ ଡାଇଏନ ଆଇସୋବ୍ୟୁଟାଇଲେଟ ଭଳି କ୍ଷତିକାରକ କେମିକାଲ ରହିଥାଏ। ଯାହା ମଣିଶ ଶରୀରକୁ କ୍ଷତି ପହଁଞ୍ଚାଇଥାଏ।
ଖବର କାଗଜରେ ଗରମ ଖାଦ୍ୟ ରଖିବା ସବୁଠୁ ଅଧିକ କ୍ଷତିକାରକ ହୋଇଥାଏ। କାରଣ ଖବର କାଗଜର କାଳୀ କ୍ଷତିକାରକ ରସାୟନ ତାପ ପାଇବା ଦ୍ବାରା ନିଜର ବାୟୋଆକ୍ଟିଭକୁ ସକ୍ରୀୟ କରିଦିଏ। ଏହି ବାୟୋଆକ୍ଟିଭ ତତ୍ତ୍ବ ସକ୍ରୀୟ ହୋଇ ଖାଦ୍ୟ ପଦାର୍ଥରେ ଗୋଳାଇ ହୋଇଯାଏ ଏବଂ ଖାଇବା ବେଳେ ଶରୀର ଉପରେ ପ୍ରଭାବ ପକାଇଥାଏ।
କ୍ଷତିକାରକ କାଳୀ ଲୋକମାନଙ୍କର ଶରୀର ମଧ୍ୟକୁ ଯାଇ କର୍କଟ ଭଳି ଭୟଙ୍କର ଏବଂ ଅନେକ ମାରାତ୍ମକ ରୋଗ ସ୍ରୁଷ୍ଟି କରିଥାଏ। ଏମିତି ଭାବରେ ଖବର କାଗଜର ବ୍ୟବହାର କରିବା ଦ୍ବାରା ସବୁଠୁ ଅଧିକ ପ୍ରଭାବ ପିଲାଙ୍କ ମସ୍ତିଷ୍କରେ ପଡିଥାଏ ଏବଂ ପିଲାମାନେ ମନ୍ଦବୁଦ୍ଧିରେ ପଡିପାରେ।