Odia News Portal

ରାଜ୍ୟରେ ୧୧୨ କୋରେନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୬୭ ଓ ସ୍ଥାନୀୟ ଅଂଚଳରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ ବୟସର ୧୭ ଜଣ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬, କଟକରୁ ୧୩, ସୁନ୍ଦରଗଡରୁ ୫, ଗଜପତରୁ ୩, ଜଗତସିଂହପୁରରୁ ୩, କେନ୍ଦ୍ରାପଡାରୁ ୩, ସମ୍ବଲପୁରରୁ ୩, ବାଲେଶ୍ୱରରୁ ୨, ଗଞ୍ଜାମରୁ ୨, ଯାଜପୁରରୁ ୨, ଝାରସୁଗୁଡାରୁ ୨, ପୁରୀରୁ ୨, ମୟୂରଭଞ୍ଜରୁ ୧, ନୟାଗଡରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲରୁ ଚିହ୍ନଟ ହୋଇଛନ୍ତି ୧୨ ଆକ୍ରାନ୍ତ ।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୩୮୮୧ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।