ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ହେଲା ମାର୍କେଟ ବିଲ୍ଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ମାର୍କେଟ ବିଲ୍ଡିଂଙ୍କୁ ବନ୍ଦ କରାଯାଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଆଉ ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ । ଯାହା ଫଳରେ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଯେ ପର୍ୟ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ୟ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ
