ଆରମ୍ଭ ହୋଇଯାଇଛି ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ଛାତ୍ରଛାତ୍ରୀ । ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା । ପରୀକ୍ଷା ପାଇଁ ଶହେରୁ ଅଧିକ ସ୍କ୍ଵାଡ ଗଠନ କରାଯାଇଛି। ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଦ୍ୱିତୀୟ ସିଟିଂରେ ରହିଛି ଗଣିତ ପରୀକ୍ଷା ।
ପ୍ରତିଟି ଶ୍ରେଣୀଗୃହରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଥମ ସମେଟିଭ ପରୀକ୍ଷା ୫ତାରିଖରୁ ୮ଯାଏ ପରୀକ୍ଷା ହେବ। ପ୍ରଥମ ତିନି ଦିନ ଥିଓରୀ ଓ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଏବଂ ପ୍ରତିଦିନ କରାଯିବ। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। କପି ରୋକିବାକୁ ଜିଲ୍ଲାସ୍ତରରେ ୭୨ଟି ଓ ୪୦ଟି ସେଣ୍ଟ୍ରାଲ ସ୍କ୍ଵାଡ ଗଠନ କରାଯାଇଛି।
