ଗୁଜୁରାଟ: ଗୁରୁବାର ସକାଳୁ ସକାଳୁ ଘଟିଛି ଏକ ବଡ଼ ଅଘଟଣ। ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ମୃତ ଓ ୨୦ରୁ ଅଧିକ ଗୁରୁତର। ସଚିନ GIDC ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି।
ସୂଚନାନୁସାରେ ଗ୍ୟାସ ଲିକ୍ ହେବା ପରେ ଆଖପାଖ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଲୋକମାନେ ଚେତା ହରାଇବା ଆରମ୍ଭ କରିଥିଲେ। ସେମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।
