Odia News Portal

ଭିସୁଟ ଅଫଲାଇନ ପରୀକ୍ଷା ବାତିଲ ହେଲା

ସମ୍ବଲପୁର: ବୁର୍ଲା ଭିସୁଟରେ ଅଫଲାଇନ ପରୀକ୍ଷା ଓ ପାଠପଢା ବାତିଲ ହେଲା ଜ୍ଝ କ୍ୟାମ୍ପସ ଛାଡିଲେ ଛାତ୍ରଛାତ୍ରୀ ।
ଭିସୁଟରେ ଲଗାତାର ଛାତ୍ରଛାତ୍ରୀ କରୋନା ରେ ଆକ୍ରନ୍ତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖ ଯାଏଁ ସମସ୍ତ ଅଫଲାଇନ କ୍ଲାସ ବାତିଲ କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଓମିକ୍ରନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯଦିଓ ରାଜ୍ୟରେ ଓମିକ୍ରନ ସଂକ୍ରମଣ ସେମିତି ହୋଇନାହିଁ, ହେଲେ ଅନ୍ୟ ରାଜ୍ୟରେ ଏହାର ସଂକ୍ରମଣ କୁ ଦେଖି ରାଜ୍ୟ ସରକାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।