Odia News Portal

ରାଜଧାନୀରେ ମାଞ୍ଜାସୂତା ଲାଗି ୩ ଆହାତ

ଘାତକ ହେଉଛି ମାଞ୍ଜା ସୂତା । ନିକଟରେ ମାଞ୍ଜା ସୂତାରେ କଟକରେ ଜଣଙ୍କର ସୁନାର ସଂସାର ଉଜାଡି ଦେବା ପରେ ଆଜି ପୁଣି ମାଞ୍ଜା ସୂତାରେ ରାଜଧାନୀରେ ୩ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ଡୁମଡୁମା ପାଲା ମଣ୍ଡପ ପାଖରେ ଘଟିଛି ଅଘଟଣ । ମାଞ୍ଜା ସୂତାକୁ ଜବତ କରି ପୋଲିସ ତନାଘନା ଚଳାଇଛି । ପୂର୍ବରୁ କଟକ ଏବଂ ପୁରୀରେ ଦୁଇ ଜଣ ଯୁବକ ମାଞ୍ଜା ସୂତାରେ ପ୍ରାଣ ହରାଇଛନ୍ତି ।