ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢି ବଢି ଯାଉଛି । କରୋନାର ତୃତୀୟ ଲହରରେ ରାଜନେତାଙ୍କ ସହ ବହୁ ସେଲିବ୍ରେଟି କରୋନା ରେ ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ମଙ୍ଗଳବାର ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ମଧ୍ୟରେ ସ୍ୱଳ୍ପ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେସନରେ ଅଛନ୍ତି ।
କରୋନାରେ ଆକ୍ରାନ୍ତ ହେବା ପରେ ନୀତିନ ଗଡକରୀ ଟ୍ୱିଟ କରି କହିଛନ୍ତି କି ’ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯିବାରୁ ମୁଁ ସମସ୍ତ ପ୍ରୋଟୋକଲ୍ ମାନିବା ସହ ଆଇସୋଲେସନରେ ରହିଛି । ସେ ଆହୁରି କହିଛନ୍ତି କି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନାର ପରୀକ୍ଷା କରିବା ସହ ନିଜକୁ ଆଇସୋଲେସନରେ ରଖିବାକୁ ଅନୁରୋଧ କରିଛନ୍ତି ନିତୀନ ଗଡ଼କରୀ ।
