Odia News Portal

ଜାନୁୟାରୀ ୩୧ରୁ ସଂସଦରେ ବଜେଟ ଅଧିବେଶନ

ସଂସଦରେ ବଜେଟ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବ । ଏପ୍ରିଲ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ୟ୍ୟାରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ୟ୍ୟନ୍ତ ଚାଲିବ ପ୍ରଥମ ପର୍ୟ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ଦ୍ୱିତୀୟ ଅଧିବେଶନ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ।