Odia News Portal

ଉପରଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ କରୋନା

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା। କରୋନାର ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ନିଜକୁ ସପ୍ତାହେ ପାଇଁ ଆଇସୋଲେଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପରାଷ୍ଟ୍ରପତି ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି।
ଉପରାଷ୍ଟ୍ରପତିଙ୍କ ଟ୍ଵିଟର ଆକାଉଣ୍ଟରୁ ରବିବାର ସନ୍ଧ୍ୟା ପ୍ରାୟ ୪.୩୦ରେ ଦୁଇଟି ଟ୍ଵିଟ୍ କରାଯାଇଛି। ଟ୍ଵିଟ୍ରେ ଲେଖାଯାଇଛି, ଉପରାଷ୍ଟ୍ରପତି ଶ୍ରୀ ଏମ୍ ଭେଙ୍କେୟା ନାଇଡ଼ୁ ଆଜି କୋଭିଡ୍ ଟେଷ୍ଟ ରିପୋର୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ହାଇଦ୍ରାବାଦରେ ଅଛନ୍ତି। କୋଭିଡ୍ ପ୍ରୋଟୋକଲ୍କୁ ପାଳନ କରି ସେ ନିଜକୁ ଏକ ସପ୍ତାହ ପାଇଁ ଅଲଗା ଆଇସୋଲେଟ୍ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଉ ଏକ ଟ୍ଵିଟ୍ରେ ସେ ଲେଖିଛନ୍ତି, ଉପରାଷ୍ଟ୍ରପତି ଅନୁରୋଧ କରିଛନ୍ତି ଯେ ଗତ କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ନିଜ ନିଜର ଟେଷ୍ଟ କରାଇ ନିଅନ୍ତୁ।
ତେବେ ଆଗକୁ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ସମାରୋହ ଅଛି। କିନ୍ତୁ ଆଜି ଉପରାଷ୍ଟ୍ରପତି ସଂକ୍ରମିତ ହୋଇଥିବାରୁ ସେ ସମାରୋହରେ ଯୋଗ ଦେଇ ନ ପାରନ୍ତି ବୋଲି କୁହାଯାଉଛି।