Odia News Portal

ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ମହାରଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିଓ୍ଵଣ୍ଡି ଅଞ୍ଚଳରେ ଏକ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ନିଆଁ ଲାଗିଛି। ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀ ପକ୍ଷରୁ ୪ଟି ଗାଡି ନିୟୋଜିତ କରାଯାଇଛି।
ସୂଚନାଅନୁସାରେ, ଭିଓ୍ଵଣ୍ଡି ଅଞ୍ଚଳରେ ଥିବା ସୁମାରସ ଚାମୁଣ୍ଡା କମ୍ପ୍ଲେକ୍ସରେ ଥିବା ଏକ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗି ଆଖ ପାଖରେ ଥିବା ଆଉ ଅନ୍ୟ ୩ଟି ଗୋଦାମକୁ ବ୍ୟାପୀ ଯାଇଥିଲା। ଏହି ନିଆଁ ରାତି ପ୍ରାୟ ୧.୪୦ ମିନିଟରେ ଲାଗିଥିଲା। ନିଆଁ ଲାଗିବା କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ। କିନ୍ତୁ ନିଆଁ ଲିଭାଇବା କାମ ଏଯାଏଁ ଚାଲିଛି।
ସୂଚନାଯୋଗ୍ୟ, ଗତକାଲି ମୁମ୍ବାଇର ପୂର୍ବ ବାନ୍ଦ୍ରାର ବେହରାମ ନଗର ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡିଥିଲା । ତେବେ ଏଥିରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଭିଏନ ଦେଶାଇ ହସପିଟାଲକୁ ପଠାଯାଇଛି । ୨ ଜଣ ଭାବା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଥିଲା।