Odia News Portal

ମୁହାଁ ମୁହିଁ ହେଲେ ପ୍ରିୟଙ୍କା ଓ ଅଖିଲେଶ

ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ସବୁଠି ରାଜନୈତିକ ଉଷ୍ମତା ଦେଖାଦେଲାଣି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ମୈଦାନରେ ହିଭିୱେଟ୍ ନେତା । ନିର୍ବାଚନ ପାଇଁ ରୋଡ୍ ସୋ’ କରୁଛନ୍ତି ସମସ୍ତ ପ୍ରାର୍ଥୀ । ତେବେ ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍ ସୋ’ ବେଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୁହାଁମୁହିଁ ହୋଇଛନ୍ତି ।
ଉତ୍ତରପ୍ରଦେଶରେ ନିଜ ନିଜ ଅଭିଯାନରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅଖିଳେଶ ଯାଦବ ବୁଲନ୍ଦଶାହରରେ ମୁହାଁମୁହିଁ ହେବା ପରେ ପରସ୍ପରକୁ ଅଭିବାଦନ କରୁଥିବା, ହସୁଥିବା ଏବଂ ହାତ ବୁଲାଉଥିବାର ନଜର ଆସିଛନ୍ତି। ଅଖିଳେଶ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧାରୀଙ୍କ ସହ ପ୍ରଚାର କରୁଥିବା ବେଳେ, ପ୍ରିୟଙ୍କାଙ୍କ ସହ ରୋଡ୍ ସୋ’ରେ ଦେଖିବାକୁ ମିଳିଛନ୍ତି । ପ୍ରଚାର ବେଳେ ଅଖିଳେଶଙ୍କୁ ଏକ ବସରେ ଦେଖିବାକୁ ମିଳିଥିବା ବେଳେ, ପ୍ରିୟଙ୍କା ଏକ ଖୋଲା ଗାଡ଼ିରେ ପ୍ରଚାର କରୁଥିଲେ ।