ରାଜଧାନୀରେ ଆସନ୍ତା ୧୨ ତାରିଖରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍ କଟକଣା ମଧ୍ୟରେ ସବୁ ଧର୍ମାନୁଷ୍ଠାନ ଖୋଲିବ। କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବିଏମସିର ନୋଟିସ ଅନୁଯାୟୀ, ଆଡକାଠ ନିକଟରୁ ଦର୍ଶନ ଅନୁମତି ମିଳିବ। କୌଣସି ଭକ୍ତ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏଥିପାଇଁ ଟିକା ପ୍ରମାଣପତ୍ର ନେବାକୁ ପଡ଼ିବ। ୧୫ ବର୍ଷରୁ କମ୍ ବୟସ୍କଙ୍କୁ ମନ୍ଦିର ମନା। ଭୋଗ ନେବାକୁ ବାରଣ କରାଯାଇଛି। ଅପର ପକ୍ଷରେ ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାରରେ ଏହି ସବୁ ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି ।
ରାଜ୍ୟରେ ଗତ କିଛି ହେଲା କରୋନା ସଂକ୍ରମଣ ବଢିଚାଲିଥିଲା । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
