ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପ୍ରର୍ୟ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ୧୧ଟି ଜିଲ୍ଲାରୁ ୫୮ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ। ସକାଳୁ ସକାଳୁ କୁହୁଡ଼ି ସହିତ ଶିତ ଲାଗି ରହିଥିବା ସତ୍ୱେ ଭୋଟକେନ୍ଦ୍ର ଆଗରେ ଲୋକଙ୍କର ଭିଡ ଲାଗି ରହିଥିଲା। ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ। ମଥୁରାର ଏକ ଭୋଟକେନ୍ଦ୍ରରେ ଅଧିକମାତ୍ରାରେ ଲୋକଙ୍କ ଗହଳି ଜମିଥିବା ହେତୁ ପୁଲିସକୁ ହାଲୁକା ବଳ ପ୍ରୟୋଗ କରିବାକୁ ପଡ଼ିଥିଲା।
ଖୁର୍କା ବିଧାନସଭା କ୍ଷେତ୍ରରେ ସୁରତପୁର ଗାଁରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇପାରିନଥିଲା। ଏହି କ୍ଷେତ୍ରରେ ୨୩୩ଟି ମତଦାନ କେନ୍ଦ୍ର ରହିଛି। ଯେଉଁଠି ୪୪୨ଟି ବୁଥ୍ ରହିଛି। ସୁରତକଳାରେ ଥିବା ୪୨୨ ନମ୍ବର ବୁଥରେ ୭ଟାରୁ ଭୋଟ ଗ୍ରହଣ ହୋଇପାରିନଥିଲା ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଇଭିଏମ ମେସିନ୍ରେ କିଛି ଯାନ୍ତ୍ରୀକ ତ୍ରୁଟି ପାଇଁ ପାଖାପାଖି ତିନିଘଣ୍ଟା ପରେ ଭୋଟ ଗ୍ରହଣ ହୋଇଥିଲା। ଏସଡିଏମ ଖୁର୍ଜା ଲବି ତ୍ରିପାଠୀ କହିଥିଲେ ଯେ, ଯାତ୍ରୀକଗତ ତ୍ରୁଟି ପାଇଁ ମତଦାନ କେନ୍ଦ୍ରରେ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ଏହାର ସମାଧାନ କରାଯାଇ ମତଦାନ ଆରମ୍ଭ ହୋଇଥିଲା। ଏ ଘଟଣାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଇଭିଏମ ମେସିନ୍ ଠିକ ହେବା ପରେ ଯାଇ ମତଦାନ ହୋଇଥିଲା। ଏସଡିଏମ କହିଛନ୍ତି ଯେ, ମତଦାନ କେନ୍ଦ୍ରରେ ଭିଡ଼ ଜମିଥିଲା, କିନ୍ତୁ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
						 
			
