Odia News Portal

ସିବିଆଇସି ଅଧ୍ୟକ୍ଷ: ଆଜି ବରିଷ୍ଠ ଓଡିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବର୍ହିଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଭାବେ ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅର୍ଥନୀତିରେ ସ୍ନାତୋକୋତର, ଏମଫିଲ ଏବଂ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଦାସ ୧.୧.୨୦୧୯, ମଙ୍ଗଳବାର ଦିନ ଏହି କାଯର୍ୟଭାର ଗ୍ରହଣ କରିଛନ୍ତି । ପୂର୍ବରୁ ସେ ୧.୯.୨୦୧୭ ଠାରୁ ୩୧.୧୨.୨୦୧୮ ପଯର୍ୟନ୍ତ ସିବିଆଇସି ସଦସ୍ୟ (ସୀମାଶୁଳ୍କ) ଭାବେ କାଯର୍ୟ କରିସାରିଛନ୍ତି । ନୂଆ ଦାୟିତ୍ୱରେ ତାଙ୍କର କାଯର୍ୟକାଳ ୩୦.୪.୨୦୨୦ ପଯର୍ୟନ୍ତ ରହିବ ଏବଂ ଜିଏସଟି, ସୀମାଶୁଳ୍କ ସଂସ୍କାର ତଥା ବାଣିଜ୍ୟ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ କାଯର୍ୟ ସମ୍ପାଦନରଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିବ ପୂର୍ବରୁ ସେ ସୀମାପାର ବାଣିଜ୍ୟ (ଟିଏବି) ମାନକ ଉନ୍ନତି ପାଇଁ ସରକାରୀ ଜାତୀୟ ବାଣିଜ୍ୟ ସୁବିଧାପ୍ରଦାନ କାଯର୍ୟ ଯୋଜନା ଏବଂ କାଯର୍ୟକ୍ରମର ନେତୃତ୍ୱ ନେଇଥିଲେ ଦକ୍ଷତାପୂର୍ବକ ଏହି କାଯର୍ୟ ସମ୍ପାଦନ କାରଣରୁ ବିଶ୍ୱବ୍ୟାଙ୍କ ଟିଏବି ମାନ୍ୟତାରେ ଭାରତର ସ୍ଥାନ ୨୦୧୭ରେ ୧୪୬ରୁ ୨୦୧୮ରେ ୮୦ରେ ପହଁଚିଥିଲା ଏବଂ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ୨୦୧୭ରେ ୧୦୦ତମ ସ୍ଥାନରୁ ୨୦୧୮ରେ ୭୭ତମ ସ୍ଥାନକୁ ଉନ୍ନୀତ ହୋଇଥିଲା । ଶ୍ରୀ ଦାସ ଜିଏସଟିର ସୁଗମ ଏବଂ ସଫଳ କାଯର୍ୟାନ୍ବୟନରେ ସହାୟତା କରିଥିଲେ । ପ୍ରବର୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟରେ ସେ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାଯର୍ୟ କରିଥିଲେ ଏବଂ ଭାରତରେ ପିଏମଏଲଏର ସୁଗମ କାଯର୍ୟକାରୀତା ଓ ଭାରତର ଏଫଏଟିଏପ ସଦସ୍ୟତାକୁ ସୁନିଶ୍ଚିତ କରିଥିଲେ । ୩୫ ବର୍ଷର ନିଜର କ୍ୟାରିଅରରେ ସେ ପ୍ରମୁଖ ସୀମାଶୁଳ୍କ କାଯର୍ୟାଳୟ, ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏବଂ ଅର୍ଥ ମନ୍ତ୍ରଣାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିସାରିଛନ୍ତି ।ମାଦକ ଦ୍ରବ୍ୟର ବେଆଇନ କାରବାର ନିରାକରଣ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଫ୍ରେମଓ୍ୱାର୍କ କନଭେନସନ ପ୍ରୋଟୋକଲକୁ କାଯର୍ୟକାରୀ କରିବା ଲାଗି ବିଶେଷଜ୍ଞ ଭାବେ ୨୦୧୬ରେ ଶ୍ରୀ ଦାସ ମନୋନୀତ ହୋଇଥିଲେ ଏବଂ ଭାରତ ଏହି ପ୍ରୋଟୋକଲକୁ ଗ୍ରହକ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଡବ୍ଲୁ୍ୟସିଓ, ଏଫଏଟିଏଫ, ଡବ୍ଲୁ୍ୟଏଚଓ, ଏଫସିଟିସି, ୟୁଏସଏ ହୋମଲାଣ୍ଡ ସିକୁ୍ୟରିଟି ଆଲୋଚନା ଆଦିରେ ବାର୍ତାଳାପ କରିବାରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । କର୍ତବ୍ୟ ସମ୍ପାଦନରେ ସ୍ବତନ୍ତ୍ର ପ୍ରତିଷ୍ଠା ରେକର୍ଡ ଲାଗି ୨୦୧୪ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା