Odia News Portal

ପରିବାର ଓ ଏମସ୍‌ କର୍ମଚାରୀଙ୍କ ସହ ନୂଆବର୍ଷ ପାଳନ

ଦିଲ୍ଲୀ: ହାପି ନ୍ୟୁ ଇୟର କହିଲା ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା । ପରିବାରବର୍ଗଙ୍କ ସହିତ, ଏମସ୍‌ କର୍ମଚାରୀ ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛି ଜଗା । ପୁରୁଣା ବର୍ଷ ୨୦୧୮କୁ ବିଦାୟ ଦେଇଛି। ୨୦୧୮ ମସିହା ଉଭୟ ଜଗା-କାଳିଆଙ୍କ ପାଇଁ ଗରୁତ୍ୱପୂର୍ଣ୍ଣ ଥିଲା । ଜଗା ଏବେ ସଂପୂର୍ଣ୍ଣ ସୁସ୍ଥ ହେବା ସହ ସାନ ଭାଇ କାଳିଆ ବିପଦମୁକ୍ତ ହୋଇଛି । ତେବେ ଏବେ ବି ନାକ ନଳୀରେ ଖାଦ୍ୟ ଗ୍ରହଣ କରୁଛି କାଳିଆ । ଏପଟେ ଖୁବ ଶୀଘ୍ର ଓଡ଼ିଶା ଫେରିବେ ବୋଲି ଜଗା-କାଳିଆଙ୍କ ବାପା ଭୂୟାଂ କହଁର କହିଛନ୍ତି ।