ଏକାଧିକ ମହିଳାଙ୍କୁ ବିବାହ କରି ଜେଲରେ ଥିବା ନକଲି ରସିକ ଡାକ୍ତର ରମେଶ ସ୍ୱାଇଁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୁଲିସ। ରିମାଣ୍ଡ ଅବଧି ସମୟରେ ରମେଶଙ୍କର ୩୦ ବର୍ଷର ଅପରାଧିକ ଭିତ୍ତିଭୂମୀକୁ ଖୋଳିବ କମିଶନରେଟ ପୋଲିସ। ଏଥିସହିିତ ଠକେଇ ଓ କିଡନୀ ଚୋରି ରାକେଟ୍ର ସମ୍ପକରେ ରିମାଣ୍ଡ ସମୟରେ ନକଲି ଡାକ୍ତରଙ୍କଠୁ ତଥ୍ୟ ଓଗାଲି ପୋଲିସ।
ସୂଚନା ମୁତାବିକ, ନିଜକୁ ଡାକ୍ତର ପରିଚୟ ଦେଇ ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଛି। ଏଥି ସହିତ ମହାଠକର ୧୮ ପତ୍ନୀ ରଖିଥିବା ଜଣାପଡ଼ିଛ। ତାଙ୍କ ସ୍ତ୍ରୀମାନେ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ଉକ୍ତ ୧୮ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ ରହିଛନ୍ତି। ବିଭିନ୍ନ ଠକେଇ ମାମଲାରେ ୨୦୧୧ ମସିହାରେ ଆନ୍ଧ୍ର ପୋଲିସ ଗରିଫ କରିଥିବା ଜଣାପଡିଛି। ଆନ୍ଧ୍ରା ପ୍ରଦେଶ, ମଧ୍ୟପ୍ରଦେଶ, ଗୌହାଟି ଓ ଉତ୍ତର ପ୍ରଦେଶ କର୍ଣ୍ଣାଟକ, ଓଡ଼ିଶାରେ ଡାକ୍ତର ରମେଶ ଲିଙ୍କ ମିଳିଛି। ତେବେ ମହାଠାକକୁ ବାନ୍ଧିବାରେ କମିଶନରେଟ୍ ପୁଲିସ୍ ସଫଳ ହୋଇଛି। ତଦନ୍ତ ପାଇଁ ଏକ ସ୍ପେଶାଲ୍ ଟିମ୍ ଗଠନ କରିଛନ୍ତି । ସେଥିରେ ଜଣେ ଅତିରିକ୍ତ ଡିସିପିଙ୍କ ସମେତ ୨ ଜଣ ଏସିପି ଅଛନ୍ତି । ଏହି ଟିମ୍ ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ।
Sign in
Sign in
Recover your password.
A password will be e-mailed to you.
