Odia News Portal

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ,ଗଞ୍ଜାମରେ ସର୍ବନିମ୍ନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଅନୁଗୁଳରେ ୮୪.୨୪ ପ୍ରତିଶତ, ବାଲେଶ୍ଵରରେ ୭୪.୭୨ ପ୍ରତିଶତ, ବଲାଙ୍ଗିରରେ ୭୧.୮୩ ପ୍ରତିଶତ, ବରଗଡ଼ରେ ୮୨.୬୩ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ, ବୌଦ୍ଧରେ ୮୧.୩୧ ପ୍ରତିଶତ, କଟକରେ ୭୯.୨୬ ପ୍ରତିଶତ, ଦେଓଗଡ଼ରେ ୭୯.୮ ପ୍ରତିଶତ, ଢେଙ୍କାନାଳରେ ୮୦.୩୯ ପ୍ରତିଶତ, ଗଜପତିରେ ୮୨.୭୨ ପ୍ରତିଶତ, ଜଗତସିଂହପୁରରେ ୭୬ ପ୍ରତିଶତ, ଯାଜପୁରରେ ୭୧ ପ୍ରତିଶତ, କଳାହାଣ୍ଡିରେ ୭୭.୫୯ ପ୍ରତିଶତ, କନ୍ଧମାଳରେ ୮୧.୩୫ ପ୍ରତିଶତ, କେନ୍ଦ୍ରାପଡ଼ାରେ ୭୨.୨୫ ପ୍ରତିଶତ, କେଉଁଝରରେ ୭୭.୮୯ ପ୍ରତିଶତ, ଖୋର୍ଦ୍ଧାରେ ୭୬.୪୯ ପ୍ରତିଶତ, କୋରାପୁଟରେ ୮୪.୭୮ ପ୍ରତିଶତ, ମାଲକାନଗିରିରେ ୭୬.୪୯ ପ୍ରତିଶତ, ମୟୂରଭଞ୍ଜରେ ୭୮.୫୩ ପ୍ରତିଶତ, ନବରଙ୍ଗପୁରରେ ୮୬.୩୩ ପ୍ରତିଶତ, ନୟାଗଡ଼ରେ ୭୮.୨ ପ୍ରତିଶତ, ନୂଆପଡ଼ାରେ ୭୮.୨୪ ପ୍ରତିଶତ, ପୁରୀରେ ୮୦.୧୨ ପ୍ରତିଶତ, ରାୟଗଡ଼ାରେ ୭୯.୪୪ ପ୍ରତିଶତ, ସମ୍ଵଲପୁରରେ ୮୧.୦୭ ପ୍ରତିଶତ, ସୁନ୍ଦରଗଡ଼ରେ ୭୫.୪୫ ପ୍ରତିଶତ ମତଦାନ ହୋଇଛି।