Odia News Portal

ଶିକ୍ଷୟିତ୍ରୀ ନିରୁପମା ଏବେ କୁଲି ମଜୁରିଆଣି !

ଫିରିଙ୍ଗିଆ: ଦିନେ ସେ ଶିକ୍ଷୟିତ୍ରୀ ଥିଲେ। ପିଲାଙ୍କୁ ପାଠ ପଢାଉଥିଲେ ଆଉ ଯତ୍ନ ବି ନେଉଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା । ବିନା କାରଣରେ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା। ଆଉ ଏବେ କୁଲି ମଜୁରି କରି ପରିବାର ଚଳାଉଛନ୍ତି ସେହି ଶିକ୍ଷୟିତ୍ରୀ ଜଣକ । ଅଭିଯୋଗ କଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିଷ୍କୃତ ଶିକ୍ଷୟିତ୍ରୀ ନିରୁପମା କହଁରଙ୍କ କ୍ଷେତ୍ରରେ ଏହି ଘଟଣା ଘଟିଛି ।

ନିରୁପମା ଏବେ ତାଙ୍କ ପରିବାର ଏବଂ ୩ ପିଲାଙ୍କୁ ଚଳାଇବା ପାଇଁ ପ୍ରତିଦିନ ମୂଲ ଲାଗୁଛନ୍ତିି । ସ୍କୁଲରେ ଶିକ୍ଷୟିତ୍ରୀ ଥିବା ବେଳେ ପ୍ରଥମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ସାହୁ ୨୦୧୭ ଜୁନ୍‌ ୨୮ରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତ ଛାତ୍ରୀଙ୍କ ବାପା ଝିଅର ଆଗରୁ ସିକିଲସେଲ୍‌ ରୋଗ ଥିଲା । ଚିକିତ୍ସା ସମୟରେ ତାର ମୃତ୍ୟୁ ଘଟିଥିଲା। ଏଥିପାଇଁ କେହି ଦାୟୀ ନୁହନ୍ତିି ବୋଲି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏହି ଘଟଣାରେ ଆଦିବାସୀ ଶିକ୍ଷୟିତ୍ରୀ ନିରୁପମାଙ୍କୁ ଦାୟୀ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଥିଲା । ଏଥିସହ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଥିଲା। ହେଲେ କିଛିମାସ ପରେ ପ୍ରଧାନ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ବେଳେ ନିରୁପମାଙ୍କ ପ୍ରତି କଠୋର ହୋଇଥିଲା ପ୍ରଶାସନ। ପ୍ରତିଦିନ ମୂଲ ଲାଗିବାକୁ ଯାଉଥିବା ନିରୁପମା ଫୁରସତ୍‌ ପାଇଲେ ଗଁାରେ ଥିବା କୁନି କୁନି ପିଲାଙ୍କୁ ମଧ୍ୟ ଏବେ ଶିକ୍ଷାଦାନ କରୁଛନ୍ତିି। ପାଠ ପଢାଇବା ପ୍ରତି ତାଙ୍କର ଆଗ୍ରହ ଏବେ ବି ରହିଛି। ପ୍ରଶାସନ ବିଚାର କରି ତାଙ୍କୁ ପୁନଃ ନିଯୁକ୍ତି ଦେବେ ବୋଲି ନିରୁପମା ପ୍ରକାଶ କରିଛନ୍ତିି । ପରିବାର ଲୋକେ ମଧ୍ୟ ନିରୁପମାଙ୍କ ପୁନଃ ନିଯୁକ୍ତିକୁ ଅନାଇ ରହିଛନ୍ତି । ଏନେଇ ଫିରିଙ୍ଗିଆ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ରନାଥ ବେହେରାଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକଙ୍କୁ ନିକଟରେ ପୁନଃ ନିଯୁକ୍ତି ଦିଆଯାଇଥିବା କଥା କହିଥିତ୍ବା ବେଳେ ନିରୁପମାଙ୍କ କ୍ଷେତ୍ରରେ କିଛି କହି ନ ଥିଲେ । ଏହା ଏକ ଜଟିଳ ଘଟଣା କହି ଏଡାଇ ଯାଇଥିଲେ