Odia News Portal

ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ

ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ। ସକାଳୁ ସକାଳୁ ବାବାଙ୍କ ଦର୍ଶନ ପାଇଁ ପୀଠରେ ଭିଡ଼ ଜମିଛି। ଭୋର ୪ଟା୨୦ରେ ଉଠିବ ମହାଦୀପ । ନୀତିକାନ୍ତି ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା ଚାଲିଛି।

ତେବେ କରୋନା କଟକଣା କାରଣରୁ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାରଣ କରାଯାଇଛି। ୬୦ରୁ ଉର୍ଦ୍ଧ୍ଵ ବୟସ୍କ ଓ ୧୦ରୁ କମ୍ ବୟସ୍କ ଶିଶୁଙ୍କୁ କପିଳାଶ ମନା କରାଯାଇଛି। ଏହା ସହ ବାବାଙ୍କ ଦର୍ଶନ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି।