ଉତ୍ତରାଖଣ୍ଡର ହିମାଳୟ ଶିଖର ସ୍ଥିତ ଭଗବାନ ଶିବଙ୍କ ପୀଠ କେଦାରନାଥ ଧାମର କପାଟ ୬ ମେ’ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏ ନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଜନସମ୍ପର୍କ ଅଧିକାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି। ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଆୟୋଜିତ ଧାର୍ମିକ ସମାରୋହରେ ମୁଖ୍ୟ ପୂଜାରୀ ରାଓ୍ଵଲ ଭୀମାଶଙ୍କରଙ୍କ ଉପସ୍ଥିତିରେ ପାଞ୍ଜି ଗଣନା ପରେ କେଦାରନାଥ ଧାମର କପାଟ ଖୋଲିବା ମୁହୂର୍ତ୍ତ ବାହାର କରାଯାଇଛି।
