Odia News Portal

ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଉଦ୍ଧାର ହେଲା ୧୨ ଫୁଟିଆ ଥଣ୍ଟିଆ କୁମ୍ଭୀର

ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଧରା ହେଲା ଥଣ୍ଟିଆ କୁମ୍ଭୀର ।  କେନାଲରେ ଆତଙ୍କ କରୁଥିବା  ଏକ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ବନ ବିଭାଗ ଜାଲରେ ପକାଇ ଉଦ୍ଧାର କରିଛି । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ ଛଡାଯାଇଥିଲା । ସେଥି ମଧ୍ୟରୁ ଗତ କାଲି ଠାରୁ ଏକ କୁମ୍ଭୀର ପୁରୀ ମୁଖ୍ୟ କେନାଲକୁ ଚାଲି ଆସି ବିଭିନ୍ନ ସ୍ଥାନରେ ଦେଖା ଦେଉଥିଲା । ଲୋକଙ୍କ ଅଭିଯୋଗ ହେବାରୁ ଆଜି ଏହି କୁମ୍ଭୀରକୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଛି ।