Odia News Portal

ଟୀକାକରଣ ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ ହେଲା ଟୀକାକରଣ ସଚେତନତା ରଥ ।ଆଜି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଭୟ କୁମାର ଦାଶ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡକ୍ଟର ମଦନ ମୋହନ ପ୍ରଧାନ, ଏଡିଏଚଓ ଡକ୍ଟର ହେମ୍ବ୍ରମ, ଏମଓ ଆଇସି ଡକ୍ଟର ସାଏ, ଆଡ଼େଣିଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର, ଡିପିଏମ, ଏନଏଚଏମ, ଡିଏମଆରସି, ପ୍ଲାନ ଇଣ୍ଡିଆର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଏଏନଏମ କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ଟୀକାକାରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ପ୍ଲାନ ଇଣ୍ଡିଆ ତରଫରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି ରଥ ଜିଲ୍ଲାର ତିନୋଟି ବ୍ଲକ୍ ର ପ୍ରତି ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ଆସନ୍ତା ପନ୍ଦର ଦିନ ପର୍ୟ୍ୟନ୍ତ ବିଭିନ୍ନ ଅଂଚଳରେ ସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡିପିଏମ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।