(ସୋସାଇଟି ଫର ପ୍ରୋମୋସନ୍ ଅଫ୍ ଇଣ୍ଡିଆନ୍ କ୍ଲାସିକାଲ୍ ମ୍ୟୁଜିକ୍ ଆଣ୍ଡ କଲଚର ଅମଙ୍ଗଷ୍ଟ ୟୁଥ୍)ର ପ୍ରତିଷ୍ଠାତା ଆଇଆଇଟି-ଦିଲ୍ଲୀର ପ୍ରଫେସର-ଏମିରିଟସ୍, ପଦ୍ମଶ୍ରୀ ଡ.କିରଣ ସେଠ ଭାରତର ଅଗଣିତ ଛାତ୍ର ଆଉ ଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ସଂସ୍କୃତିର ପ୍ରୋତ୍ସାହନ ପାଇଁ ନିକଟରେ ଶ୍ରୀନଗରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ତିନି(3) ମାସର ସାଇକେଲ ଯାତ୍ରା ପାଇଁ ଆରମ୍ଭ କରିବାକୁ ଯାଉଛନ୍ତି | ସେ ଭାରତ ସ୍ୱାଧୀନତାର 75 ତମ ବର୍ଷ ପାଳନ ଅବସର ଅର୍ଥାତ୍ ଅଗଷ୍ଟ 15, 2022 ରେ ଆରମ୍ଭ କରିବେ ଏବଂ ଅକ୍ଟୋବର 2 ରେ ଦିଲ୍ଲୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ |
ସେ ମାର୍ଚ୍ଚ 11,2022 ତାରିଖରୁ ଅଲୱାର ଏବଂ ଜୟପୁରକୁ ସାଇକେଲ ଯାତ୍ରା କରିବେ। ଯଦିଓ 73 ବର୍ଷ ବୟସରେ, ଏହା ସମ୍ପୂର୍ଣ୍ଣ କରିବା କଷ୍ଟସାଧ୍ୟ କିନ୍ତୁ ଡ. ସେଠ ତାଙ୍କର ଯାତ୍ରା ବିଷୟରେ ଆତ୍ମବିଶ୍ୱାସୀ |
ଏହି ଯାତ୍ରା ର ମୁଖ୍ୟ ତିନୋଟି ଉଦ୍ଦେଶ୍ୟ ହେଲା
1) ଆମର ଗୌରବମୟ ଐତିହ୍ୟ ମାଧ୍ୟମ ଦ୍ୱାରା ଆବାଳବୃଦ୍ଧବନିତାଙ୍କ ନିକଟତର ହେବା ଏବଂ ଏହା ଦେଶ ତଥା ବିଦେଶର ସମସ୍ତ ଯୁବପିଡିଙ୍କ ଜୀବନକୁ ସ୍ପର୍ଶ କରିବା
2) ସ୍ପିକମାକେର ଲକ୍ଷ୍ୟ ବିଷୟରେ ଏକ ସଚେତନତା ସୃଷ୍ଟି କରିବା ଏବଂ ପ୍ରତିଶୃତିବଦ୍ଧ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିକାଭୁକ୍ତ କରାଇବା
3) ସାଇକେଲ ଚଳାଇବା ଏବଂ ତଦ୍ଦ୍ୱାରା ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାରେ ସହାୟକ ହେବା
ଏହାର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଅନେକ ପ୍ରତିଶ୍ରୁତିବଦ୍ଧ ସ୍ୱେଚ୍ଛାସେବୀଙ୍କ ଆବଶ୍ୟକତା ରହିଛି ଏବଂ ଆଶା କରାଯାଏ ଯେ ଅନେକ ନୂତନ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ଏହା ଆକର୍ଷିତ କରିବ |ଏହି ଐତିହାସିକ ଯାତ୍ରାରେ ଯୋଗଦାନ କରିବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି. ଏହି ଯାତ୍ରା ରେ ଯେ କୌଣସି ବ୍ୟକ୍ତି ଅଂଶ ଗ୍ରହଣ କରି ପାରିବେ ଏବଂ ଅଂଶଗ୍ରହଣକାରୀ ସ୍ୱଳ୍ପ କିମ୍ବା ଦୀର୍ଘ ଦୂରତା ପାଇଁ ଏହି ଯାତ୍ରାର ଅଂଶୀଦାର ହୋଇପାରିବେ। ଏଥିପାଇଁ ଶ୍ରୀମତୀ ସୁମନ ଡୋଙ୍ଗାଙ୍କୁ ନିମ୍ନଲିଖିତ ଠିକଣା([email protected] )ରେ ଯୋଗାଯୋଗ କରି ପାରିବେ।ଏହାଛଡା ସ୍ପିକମାକେ ବିଷୟରେ ସମସ୍ତ ଇଛୁକ ବ୍ୟକ୍ତିବିଶେଷ www.spicmacay.org ରୁ ଜାଣିପାରିବେ
