Odia News Portal

ହର୍ବାଲ ରଙ୍ଗ ଛଡା ଆଉ ସବୁ ମନା: ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ

ହୋଲି ପୂର୍ବରୁ ରାଜଧାନୀର ବିଭିନ୍ନ ଦୋକାନରେ ଚଢାଉ। କମିଶନରେଟ୍‌ ପୋଲିସ ଓ ପରିବେଶ ପ୍ରଦ୍ୟୁଷଣ ବିଭାଗର ଅଧିକାରୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ କରିଛନ୍ତି। ହର୍ବାଲ ରଙ୍ଗ ଛଡା ଦୋକାନୀ କୌଣସି କେମିକାଲ ରଙ୍ଗ ବିକ୍ରି କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ କରିଛି ପୋଲିସ।

ଯଦି କୌଣସି ଦୋକନୀ କେମିକାଲ ରଙ୍ଗ ବିକ୍ରି କରିୁଛନ୍ତି ତାହେଲେ ରଙ୍ଗ ଜବତ ହେବା ସହ ଦୋକାନ ମଧ୍ୟ ସିଲ୍‌ କରିବ ପୋଲିସ। ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାର ଓ ୟୁନିଟ୍‌ ୧ ମାର୍କେଟରେ ଚଢାଉ କରାଯାଉଛି।