Odia News Portal

ବାଲୁକାକଳାରେ ଓଡିଆଙ୍କୁ ‘ବିଶ୍ୱ ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ନିଳାନ୍ଦ୍ରୀ ବେଳାଭୂମିରେ ବିଶ୍ବ ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଳୁକାକଳାରେ ନିର୍ମାଣ ଓଡିଆଙ୍କ ପଖାଳ କଂସା. ବଡି ଚୁରା, ମାଛ ଭଜା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନର ଅବିକଳ ପ୍ରତିକୃତି।ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ। ଏଣୁ ପଖାଳ ଓଡିଆ ମାନଙ୍କର ଅତି ପ୍ରିୟ ଓ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ଏହି ଭୋଜନର ଏକ ସ୍ୱତନ୍ତ୍ରତା ରହିଛି। ଏଣୁ ପଖାଳ ଭୋଜନକୁ ମନେ ରଖିବା ପାଇଁ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏହି ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।