Odia News Portal

ଆଜି ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକା କଳା

ଆଜି ଯକ୍ଷ୍ମା ଦିବସ । ଏହି ଯକ୍ଷ୍ମା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି।

ଦେଶ ବ୍ୟାପି ଯକ୍ଷ୍ମାରୋଗକୁ ସମ୍ପୂର୍ଣ ହଟାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରିରହିଛି। ଏଥିପାଇଁ ସମସ୍ତେ ସଚେତନ ହୋଇ ଏହି ରୋଗ ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ବାଲୁକାକଳା ମାଧ୍ୟମରେ ପରାମର୍ଶ ଦେଇଛନ୍ତି।