ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ ପ୍ରଦାନ କରିଛନ୍ତି, ତାହାକୁ ବିରୋଧ କରି ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିବା ଜଣାପଡିଛି । ଜଷ୍ଟିସ ଏଲ.ନାଗେଶ୍ୱର ରାଓ ଓ ଜଷ୍ଟିସ ବି.ଆର.ଗଭାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ମାମଲାର ଶୁଣାଣି କରି ଲାଲୁଙ୍କୁ ନୋଟିସ ଜାରି କରିଛନ୍ତି । ସୂଚନାଯୋଗ୍ୟ ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ଲାଲୁ ୧୯୯୦ରୁ ୧୯୯୭ ମଧ୍ୟରେ ଅବିଭକ୍ତ ବିହାରର ବିଭିନ୍ନ ଟ୍ରେଜେରୀରୁ ଗୋଖାଦ୍ୟ କିଣିବା ବାହାନାରେ କୋଟି କୋଟି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା । ସୂଚନାଯୋଗ୍ୟ ସିବିଆଇ ସବୁ ମାମଲାର ତଦନ୍ତ କରି ଲାଲୁଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ସେ ଜେଲ୍ ଓ ଅର୍ଥଦଣ୍ଡ ଭୋଗୁଛନ୍ତି ।
