Odia News Portal

ଆଜି ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ

ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ସଂଖ୍ୟା ବିଜେଡି ସପକ୍ଷରେ ଥିବାରୁ ଦଳ ହାତରେ ହିଁ ଏହି ପଦ ରହିବ ବୋଲି ଚର୍ଚ୍ଚା ହେଉଛି। ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଛନ୍ତି। ବିଜେପିର ୭ ଜଣ ଓ ୪ ଜଣ ସ୍ୱାଧୀନ କର୍ପୋରେଟର ଅଛନ୍ତି । ଡେପୁଟି ମେୟର ପଦବୀ ଜଣେ ପୁରୁଷକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ପଦ ହାତେଇବା ପାଇଁ ଅନେକ ଦାବିଦାର ଲବି କରୁଛନ୍ତି। ଚର୍ଚ୍ଚାରେ କିଛି ଜଣଙ୍କ ନାଁ ଥିବା ବେଳେ ଆଜି ହିଁ ସ୍ପଷ୍ଟ ହେବ ବିଜେଡି କାହାକୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର କରିବ।