Odia News Portal

ଏପ୍ରିଲ ୧୪ ଓ ୧୫ରେ ବନ୍ଦ ରହିବ ‘ଏମ୍‌ସ’ର ଓପିଡି ସେବା

ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ୱର ଏମ୍‌ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ । ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ । ଏମ୍‌ସ କର୍ତ୍ତୃପକ୍ଷ ତରଫରୁ ଏନେଇ ନୋଟିସ୍ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ୧୪ ତାରିଖରେ ମହାବୀର ଜୟନ୍ତୀ ପାଳନ ହେବ । ଏପ୍ରିଲ ୧୫ ତାରିଖ ଗୁଡଫ୍ରାଇଡେ ରହୁଛି । ତେଣୁ ଏହି ଦୁଇ ଦିନ ଏମ୍‌ସର ବର୍ହିବିଭାଗ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ରୋଗୀଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ଓ ୧୫ ତାରିଖରେ ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ।