ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ୨୦୨୧ ଶିକ୍ଷାବର୍ଷରେ ଲାପଟପ୍ କିଣିବାରେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନ ଅବଧିକୁ ଆସନ୍ତା ୨୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଗତ ୧୦ ତାରିଖ ଆବେଦନର ଶେଷ ସମୟ ଥିଲା । କିନ୍ତୁ ଏପର୍ଯ୍ୟନ୍ତ ଆହୁରି ଅନେକ ଛାତ୍ରଛାତ୍ରୀ ଆବେଦନ କରିପାରିନାହାନ୍ତି । ତେଣୁ ଆସନ୍ତା ୨୦ ତାରିଖ ଭିତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ଦୁଇ ଏବଂ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଉପଶାସ୍ତ୍ରୀ ପରୀକ୍ଷା, ୨୦୨୧ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।
ଚଳିତ ବର୍ଷ ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍ କିଣିବା ନିମନ୍ତେ ୩୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ।
