Odia News Portal

ରାଜଧାନୀରେ ଅସହ୍ୟ ତାତି, ୪୦ ଡିଗ୍ରୀ ଟପିଲା ଭୁବନେଶ୍ବର ପାରଦ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ରାଜଧାନୀ। ସକାଳ ୮ଟା ବେଳକୁ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡୁଛି। ଲୋକେ ଘରେ ରହିବା ବି ଅସହ୍ୟ ହୋଇ ପଡ଼ିଛନ୍ତି। ଗୁଳୁଗୁଳି ସାଙ୍ଗକୁ ଗରମ ଯୋଗୁ ସନ୍ତୁଳି ହେଉଛନ୍ତି ଲୋକ। ଆକାଶରୁ ନିଆଁ ବର୍ଷିବା ଭଳି ଉତାପ କଲବଲ କରିପକାଉଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାତି ବଢ଼ିଥିବା ବେଳେ ଭୁବନେଶ୍ୱର ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ପାଲଟିଛି । ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ସୂଚନା ମୁତାବିକ, ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ବରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ବାଲେଶ୍ୱର ୩୭.୨ ଡ଼ିଗ୍ରୀ, ଝାରସୁଗୁଡା ୩୭.୮ ଡ଼ିଗ୍ରୀ, ଗୋପାଳପୁର ୩୦.୬ ଡ଼ିଗ୍ରୀ, ସମ୍ବଲପୁର ୩୭ ଡ଼ିଗ୍ରୀ, ପାରାଦ୍ୱୀପରେ ୩୧.୮ ଡ଼ିଗ୍ରୀ, ପୁରୀରେ ୩୨.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୮ ଡ଼ିଗ୍ରୀ, ହୀରାକୁଦରେ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।