Odia News Portal

କାଲି ଉଦ୍‌ଘାଟନ ହେବ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

ଯମୁନାନଗର: ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ ୬ଟନ୍‌ ଓ ୩୦ଫୁଟ ଉଚ୍ଚ ଥିବା ଜଣାପଡ଼ିଛି। ଅଶୋକ ଚକ୍ରକୁ ସୁନେଲି ରଙ୍ଗରେ ରଙ୍ଗୀନ କରି ନର୍ଥ-ସାଉଥ୍‌ ମେଗନେଟିକ୍‌ ଫିଲ୍ଡ ଗ୍ରାବିଟି ହିସାବରେ ଅଶୋକା ଇଡିକଟ ପାର୍କରେ ଆଠଫୁଟ ଉଚ୍ଚ ପ୍ଲେଟଫର୍ମରେ ସ୍ଥାପିତ କରାଯାଇଛି। ଦେଶର ସବୁଠାରୁ ବଡ଼ ଅଶୋକ ଚକ୍ର ଉଦ୍‌ଘାଟନ୍‌ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଭାଷଚନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ବିଧାୟକ ଶ୍ୟାମ ସିଂହ ରାଣା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ଏଥିରେ ୯୦ କୁଇଣ୍ଟାଲ୍‌ ମେଟାଲ୍‌ ଖଞ୍ଜା ଯାଇଛି। ଏହି ଅଶୋକ ଚକ୍ରକୁ ଲିମ୍‌କା ବୁକ୍‌ ଅଫ ରେକର୍ଡରେ ସ୍ଥାନ ଦେବା ପାଇଁ ପ୍ରସ୍ତୁତି ଚାଲିଛି।